Posts

Showing posts from February, 2023

ଧର୍ମ ତାକୁ କୁହେ

ଧର୍ମ ତାକୁ କୁହେ ,  ନିଜର ବଞ୍ଚିବା ବଢିବା ରେ ଯେବେ ଅନ୍ୟ ଯୋଗାଣ ପାଏ ଅନ୍ୟକୁ ବଞ୍ଚେଇ ନିଜେ ରୁହେ, ଜାଣିଥା ଧର୍ମ ତାକୁ କୁହେ ଧର୍ମେ ଜୀବନ ଦୀପ୍ତି ରହେ, ଧର୍ମ ଜାଣିବୁ ଗୋଟିଏ ହୁଏ ପଥ ଖୋଜି ତୁହି ତାଳ ହରିଲୁ, ଅନୁଷ୍ଠାନର ମହଡ।ରେ  ଅନୁଷ୍ଠାନ ଯେ ବସିଲା ଗ୍ରାସି, ପାଇବା ଅଧପତେ ଗଲାରେ (୦) ଜୀବନ ଟା ତ କୋଳାହଳ, ପଛେ ଧାଏଁ ହଳାହଳ ଗୋଟେଇ ନେ ତୁ ଅମର ଚଳନ, ମଳୟ ନିଲେ ଭାସି ଚାଲ ଜାଣି ଶୁଣି ବୁଝି ଚାଲ କାହିଁ ରେ କି ହୁଏ ସେଇ ପଥରେ ସହଜେ ଚାଲି କର ଜୀବନ ଜୟ ଯାହା କରିଲେ ଏ ଜୀବନେ ସମନ୍ୱୟ ବଢ଼ି ଯାଏ ତାକୁ ହିଁ ଜ।ଣ ଧର୍ମ ବୋଲି, ଧର୍ମ ଆଉ କେଉଁଠି ଥାଏ (୧) ଧର୍ମ ଯେତେ ଫୁଟିବ ତୁମର, ନିଷ୍ଠା ନୀତି ବ୍ୟବହାରରେ ପ୍ରତିଷ୍ଠା ବି ଆସିବ ସେତେ, ପାରିବେନି କେହି ରୋକି ତରେ ଜୀବନ ବାଦର ବାଦ ନେଇ ତୁ, ଉଛଳ ଚରଣେ ଚ।ଲରେ ଚାଲ  ଅମର ଜୀବନ ଲଭିବ ପଥରେ, ନେଇ ରଖ ସେଇ କୃତି ବଳ ଚାଲିବ କରିବ ଯେପରି ବି ହେବ ଇଷ୍ଟ ତେବେ ଯିଏ ପାରିବ ରହିବ ସେପରି ବି ହେବ ପ୍ରସାଦ ଲଭି ସିଏ (୨) 

ତୁମ କଥା ମନେ ପଡେ

 ତୁମ କଥା ମନେ ପଡେ, ଯେତେବେଳେ ମୋର ମୁଦି ହୋଇ ଯାଏ ଆଖି ଅଜଣା ପୁଲକେ ମୋର ଭାରିଯାଏ ମନ, ତୁମେ ସର୍ବମୟ ଦେଖି(୦) ଏ ଜୀବନେ ଭରି ଅଛି, ଯେତେକ ବେଦନା ବିଦାରିତ ଦୁଃଖ ଆଉ, ଚିନ୍ତା ଅନାବନା ଲିଭିଯାଏ ପଲକରେ, ତୁମ ସ୍ମୃତି ଉଠେ ଭାସି (୧) ଦୀପ୍ତି ମୟ ରୂପ ତୁମ, କମନୀୟ ହସ ପ୍ରିତିମୟ ଚାହାଣୀ ରେ, ହୁଏ ମୁ ବିବସ  ସେ ମୋହନ ମୂରତି ରେ, ଆଖି ରହିଯାଏ ଲାଖି(୨) ବିଶାଳ ତୁମ ଆସନ, ଛୋଟ ମୋ ହୃଦୟ କିପରି ବସିବ ପ୍ରଭୁ ହୁଏ ମୋର ଭୟ ଥାପିବ ଦିନେ ପୟର, ରଖିଛି ଆଶା ତଥାପି (୩) #tumaKathaManePade #mudiHoiJaeAakhi #sataangVajanLyrics #OdiaVajan #OdiaBhajan

କହିବାକୁ ଆସି ପାରିତ ନଥିଲି

 କହିବାକୁ ଆସି ପରିତ ନଥିଲି,  ଯାହା ଥିଲା କହିବାକୁ ବିଭୋର ଅନ୍ତରେ ରହିଥିଲି ଚାହିଁ ତୁମ ଶ୍ରୀମୁଖ ଶୋଭାକୁ (୦) ମନରେ ରହିଲା ମନର କଥା ମୋ, ହୃଦୟ ରେ ଶିହରଣ ତୁମ ଚାହାଣୀ ରୁ ଝରୁଥିଲା ସୁଧା, ପୁରି ଯାଉ ଥିଲା ପ୍ରାଣ ଗଡି ଯାଉଥିଲା ନୀରବେ ସମୟ, ଧିରେ ଧିରେ କେତେ ଅଗକୁ(୧) ସେଇ ମୋର ଥିଲା ପ୍ରଥମ ଦର୍ଶନ, ତୁମ ସାଥେ ପରିଚୟ ସେଇ ମୋର ଥିଲା ଅଶ୍ରୁ ପୂଳକ, ହୃଦୟର ବିନିମୟ ଅଜାଣତେ ମୋର ସ୍ମୃତିର ମନ୍ଦିରେ, ଅଙ୍କିଥିଲି ତୁମ ଛବିକୁ (୨) #kahibakuAsiParitaNathili #Odia #OdiaVajan #OdiaBhajan #OdiaVajana

ବିଫଳ ଜୀବନ ମନ

 ବିଫଳ ଜୀବନ ମନ ହରି ନାମ ବିନା ଜପ ମନ ତ୍ୟାଗି ସବୁ, ତୁଚ୍ଛ କାମନା … (୦) ବୃଥା ଚିନ୍ତା ମଗନ, ବୃଥା ରେ ବଚନ ବୃଥା କର୍ମେ ବିତିଯାଏ ଦୁର୍ଲଭ ଜୀବନ ବିଭୁ ଶ୍ରୀ ଚରଣ କର, ନିତ୍ୟ ବନ୍ଦନ (୧) ଗହନ ମାୟା ବେଶେ, ବିଭୋର ସଂସାର ସ୍ବାର୍ଥ ବ୍ୟାଧି କବଳେ, ବିଶ୍ଵ ଚରାଚର କରୁଛ ଚପଳ ମନ, ନିଜକୁ ଛଳନା (୨) ବଜୁଛି ମୋହନ ସୁର , ଶୁଣରେ ମାନସ ବ୍ୟାକୁଳ ପ୍ରାଣେ ଡାକନ୍ତି, ପ୍ରଭୁ ଜଗଦୀଶ ସେ ମଧୁର ଶ୍ୱନ ବାରେ, ଶୁଣ ମତି ହିନା(୩)  #BiphalaJibanaMana #bifalaJeebanaMana  #bifalaJeebanaManaHariNamaBina

କି ଭିକ୍ଷା ମାଗିବି ଆଉ lyrics

 ଜନମେ ଜନମେ ଜୀବନେ ମରଣେ , ପ୍ରାଣ ଭଲ ପାଉ ଥାଉ, କିଛି ତ ଚାହେଁ ନା କି ଭିକ୍ଷା ମଗିବି ଆଉ ,,, ପିପଶିତ ପ୍ରାଣ ତୁମରି ସକାଶେ ଭରିଗଲା କ୍ଷୁଧିତ କାମନା ତୁମରି ପରଶେ ମରିଗଲା ଆଉ କିବା ପ୍ରଭୁ ଲୋଡ଼ିବି ଜୀବନେ ତୁମ ନାମ ନେଇ ଦିନ ମୋ ଯାଉ ଏ ସାରା ସଂସାର ଯାହା ମୋତେ ଦେଇ ପାରିନାହିଁ ରୁଧିଲ ବଚନ ଅଞ୍ଜଳି ରେ ତାହା ଭରି ଦେଇ କି ମାଗୁଣି ଆଉ କରିବି ତୋ ଦ୍ୱାରେ  ଖାଲି ତୋ ଦରସେ ଆଖି ଲାଖି ରହୁ …. #kiBhikhyaMagibiAuLyrics #kiVikhyaMagibiAuLyrics #satsangBhajanLyrics #SatsangVajanLyrics