ବିଫଳ ଜୀବନ ମନ
ବିଫଳ ଜୀବନ ମନ ହରି ନାମ ବିନା
ଜପ ମନ ତ୍ୟାଗି ସବୁ, ତୁଚ୍ଛ କାମନା … (୦)
ବୃଥା ଚିନ୍ତା ମଗନ, ବୃଥା ରେ ବଚନ
ବୃଥା କର୍ମେ ବିତିଯାଏ ଦୁର୍ଲଭ ଜୀବନ
ବିଭୁ ଶ୍ରୀ ଚରଣ କର, ନିତ୍ୟ ବନ୍ଦନ (୧)
ଗହନ ମାୟା ବେଶେ, ବିଭୋର ସଂସାର
ସ୍ବାର୍ଥ ବ୍ୟାଧି କବଳେ, ବିଶ୍ଵ ଚରାଚର
କରୁଛ ଚପଳ ମନ, ନିଜକୁ ଛଳନା (୨)
ବଜୁଛି ମୋହନ ସୁର , ଶୁଣରେ ମାନସ
ବ୍ୟାକୁଳ ପ୍ରାଣେ ଡାକନ୍ତି, ପ୍ରଭୁ ଜଗଦୀଶ
ସେ ମଧୁର ଶ୍ୱନ ବାରେ, ଶୁଣ ମତି ହିନା(୩)
#BiphalaJibanaMana
#bifalaJeebanaMana
#bifalaJeebanaManaHariNamaBina
Comments
Post a Comment