ଧର୍ମ ତାକୁ କୁହେ
ଧର୍ମ ତାକୁ କୁହେ ,
ନିଜର ବଞ୍ଚିବା ବଢିବା ରେ ଯେବେ ଅନ୍ୟ ଯୋଗାଣ ପାଏ
ଅନ୍ୟକୁ ବଞ୍ଚେଇ ନିଜେ ରୁହେ, ଜାଣିଥା ଧର୍ମ ତାକୁ କୁହେ
ଧର୍ମେ ଜୀବନ ଦୀପ୍ତି ରହେ, ଧର୍ମ ଜାଣିବୁ ଗୋଟିଏ ହୁଏ
ପଥ ଖୋଜି ତୁହି ତାଳ ହରିଲୁ, ଅନୁଷ୍ଠାନର ମହଡ।ରେ
ଅନୁଷ୍ଠାନ ଯେ ବସିଲା ଗ୍ରାସି, ପାଇବା ଅଧପତେ ଗଲାରେ (୦)
ଜୀବନ ଟା ତ କୋଳାହଳ, ପଛେ ଧାଏଁ ହଳାହଳ
ଗୋଟେଇ ନେ ତୁ ଅମର ଚଳନ, ମଳୟ ନିଲେ ଭାସି ଚାଲ
ଜାଣି ଶୁଣି ବୁଝି ଚାଲ କାହିଁ ରେ କି ହୁଏ
ସେଇ ପଥରେ ସହଜେ ଚାଲି କର ଜୀବନ ଜୟ
ଯାହା କରିଲେ ଏ ଜୀବନେ ସମନ୍ୱୟ ବଢ଼ି ଯାଏ
ତାକୁ ହିଁ ଜ।ଣ ଧର୍ମ ବୋଲି, ଧର୍ମ ଆଉ କେଉଁଠି ଥାଏ (୧)
ଧର୍ମ ଯେତେ ଫୁଟିବ ତୁମର, ନିଷ୍ଠା ନୀତି ବ୍ୟବହାରରେ
ପ୍ରତିଷ୍ଠା ବି ଆସିବ ସେତେ, ପାରିବେନି କେହି ରୋକି ତରେ
ଜୀବନ ବାଦର ବାଦ ନେଇ ତୁ, ଉଛଳ ଚରଣେ ଚ।ଲରେ ଚାଲ
ଅମର ଜୀବନ ଲଭିବ ପଥରେ, ନେଇ ରଖ ସେଇ କୃତି ବଳ
ଚାଲିବ କରିବ ଯେପରି ବି ହେବ ଇଷ୍ଟ ତେବେ ଯିଏ
ପାରିବ ରହିବ ସେପରି ବି ହେବ ପ୍ରସାଦ ଲଭି ସିଏ (୨)
Comments
Post a Comment