ତୁମ କଥା ମନେ ପଡେ

 ତୁମ କଥା ମନେ ପଡେ, ଯେତେବେଳେ ମୋର

ମୁଦି ହୋଇ ଯାଏ ଆଖି

ଅଜଣା ପୁଲକେ ମୋର ଭାରିଯାଏ ମନ,

ତୁମେ ସର୍ବମୟ ଦେଖି(୦)


ଏ ଜୀବନେ ଭରି ଅଛି, ଯେତେକ ବେଦନା

ବିଦାରିତ ଦୁଃଖ ଆଉ, ଚିନ୍ତା ଅନାବନା

ଲିଭିଯାଏ ପଲକରେ, ତୁମ ସ୍ମୃତି ଉଠେ ଭାସି (୧)


ଦୀପ୍ତି ମୟ ରୂପ ତୁମ, କମନୀୟ ହସ

ପ୍ରିତିମୟ ଚାହାଣୀ ରେ, ହୁଏ ମୁ ବିବସ 

ସେ ମୋହନ ମୂରତି ରେ, ଆଖି ରହିଯାଏ ଲାଖି(୨)


ବିଶାଳ ତୁମ ଆସନ, ଛୋଟ ମୋ ହୃଦୟ

କିପରି ବସିବ ପ୍ରଭୁ ହୁଏ ମୋର ଭୟ

ଥାପିବ ଦିନେ ପୟର, ରଖିଛି ଆଶା ତଥାପି (୩)


#tumaKathaManePade

#mudiHoiJaeAakhi

#sataangVajanLyrics

#OdiaVajan

#OdiaBhajan




Comments

Popular posts from this blog

Aayare priya parama dayala

E jibana kichhi

ବିଫଳ ଜୀବନ ମନ