କହିବାକୁ ଆସି ପାରିତ ନଥିଲି
କହିବାକୁ ଆସି ପରିତ ନଥିଲି, ଯାହା ଥିଲା କହିବାକୁ
ବିଭୋର ଅନ୍ତରେ ରହିଥିଲି ଚାହିଁ
ତୁମ ଶ୍ରୀମୁଖ ଶୋଭାକୁ (୦)
ମନରେ ରହିଲା ମନର କଥା ମୋ, ହୃଦୟ ରେ ଶିହରଣ
ତୁମ ଚାହାଣୀ ରୁ ଝରୁଥିଲା ସୁଧା, ପୁରି ଯାଉ ଥିଲା ପ୍ରାଣ
ଗଡି ଯାଉଥିଲା ନୀରବେ ସମୟ, ଧିରେ ଧିରେ କେତେ ଅଗକୁ(୧)
ସେଇ ମୋର ଥିଲା ପ୍ରଥମ ଦର୍ଶନ, ତୁମ ସାଥେ ପରିଚୟ
ସେଇ ମୋର ଥିଲା ଅଶ୍ରୁ ପୂଳକ, ହୃଦୟର ବିନିମୟ
ଅଜାଣତେ ମୋର ସ୍ମୃତିର ମନ୍ଦିରେ, ଅଙ୍କିଥିଲି ତୁମ ଛବିକୁ (୨)
#kahibakuAsiParitaNathili
#Odia
#OdiaVajan
#OdiaBhajan
#OdiaVajana
Comments
Post a Comment